logo

*ରାଜପଥ କଡରେ ଛିଡା ହୋଇଥିବା ପାଣି ଟ୍ୟାଙ୍କରକୁ ପଛପଟୁ ଧକ୍କା ଦେଇ ସ୍କୁଟି ଚାଳକ ମୃତ*

BIG BRAKING NEWS
ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଗୋବିରା ଛକ ନିକଟସ୍ତ ୧୪୩ ନଂ ଜାତୀୟ ରାଜପଥରେ ଛିଡା ହୋଇଥିବା ଏକ ପାଣି ଟ୍ୟାଙ୍କରକୁ ପଛପଟୁ ସ୍କୁଟି ଧକ୍କା ଦେବା ଫଳରେ ସ୍କୁଟି ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ମୃତ ସ୍କୁଟି ଚାଳକ ସ୍ଥାନୀୟ କୁମଝରିଆ ଅଞ୍ଚଳର ବିର୍ସା ଟିଗା (ବୁଦ୍ଧୁ) (୪୫) ବୋଲି ଜଣାପଡିଛି l ପାଣି ଟ୍ୟାଙ୍କର ଟି କୁଆଁରମୁଣ୍ଡାରୁ ବୀରମିତ୍ରପୁର ପଟକୁ ଆସୁଥିବା ସମୟରେ କୌଣସି ଯାନ୍ତ୍ରିକ ତୃଟି ଯୋଗୁଁ ଜାତୀୟ ରାଜପଥ କଡରେ ଛିଡା ହୋଇଥିଲା l ତେବେ ସେହି ପଟୁ କୁଆଁରମୁଣ୍ଡା ଦେଇ ବିର୍ସା ନିଜ ଘର କୁମଝରିଆକୁ ସ୍କୁଟି ଯୋଗେ ଫେରୁଥିବା ସମୟରେ ରାସ୍ତା କଡରେ ଛିଡା ଥିବା ଗାଡି କୁ ପଛପଟୁ ଧକ୍କା ଦେଇଥିଲେ l ଧକ୍କା ଦେବାରୁ ବିର୍ସା ଘଟଣାସ୍ଥଳରେ ଛିଟିକି ପଡିଥିଲେ l ଆଖାପାଖ ଲୋକେ ଦେଖିବା ପରେ ତାଙ୍କୁ ସ୍ଥାନୀୟ କୁଆଁରମୁଣ୍ଡା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ପରୀକ୍ଷା ନିରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ l କୁଆଁରମୁଣ୍ଡା ଫାଣ୍ଡି ପୋଲିଶ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ରାଉରକେଲା ରୁ ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।

38
740 views